Saturday, January 17, 2015

Gota Tinda Masala Recipe - by Vikash Chandra Das













ଗୋଟା ଟିଂଡା ମସଲା
ଅବସ୍ୟକ ସାମଗ୍ରୀ
୧. ଟିଂଡା ୧୦ଟା
୨. ତେଲ ୨ ଚାମଚ୍
୩. ହଳଦୀ ୧/୨ ଚାମଚ୍
୪. ଲଂକା ଗୁଣ୍ଡ ୧/୨ ଚାମଚ୍
୫. ଧନିଆ ପାଉଡର ୧/୨ ଚାମଚ୍
୬. ଗରମ୍ ମସଲା ୧ ଚାମଚ୍
୭. ଲୁଣ ୧ ଚାମଚ୍
୮. ଆମ୍ବ ପାଉଡର ୧/୨ ଚାମଚ୍
୯. କଂଚା ଲଂକା ୨ଟା
୧୦. ଅଦା ରସୁଣ ଛେଚା ୧ ଚାମଚ୍
୧୧. ପିଆଜ କଟା ୧ଟା
୧୨. ଟମାଟର୍ କଟା କିମ୍ବା ବଟା ୧ଟା 

ପ୍ରସ୍ତୁତି ପ୍ରଣାଳୀ

ଟିଂଡା ଗୁଡିକୁ ଭଲ ଭାବରେ ଧୋଇ ପାଣି ଛଡେଇ ଦିଅନ୍ତୁ I ମସଲା ଭରିବା ପାଇଁ ଟିଂଡା ର ତଳ ପାଖ ଛାଡି ଉପରୁ "+" ଯୁକ୍ତ ଅକାର ରେ କାଟନ୍ତୁ I ହଳଦୀ, ଲଂକା, ଧନିଆ, ଆମ୍ବ, ଗରମ୍ ମସଲା ଆଦି ପାଉଡର କୁ କଂଚା ଲଂକା କଟା ଏବଂ ଲୁଣ ସହିତ ଅଳ୍ପ ପାଣି ଦେଇ ଗୋଳେଇ ଦିଅନ୍ତୁ I ମସଲା ଗୁଡିକୁ ଟିଂଡା ଭିତରେ ଭରି ଦିଅନ୍ତୁ I କଢେଇ ରେ ତେଲ ଗରମ୍ ହେଲା ପରେ ଟିଂଡା ଗୁଡିକୁ କଢେଇ ରେ ପକାନ୍ତୁ I ଅଳ୍ପ ମାଟିଆ ହେବ ପର୍ଯ୍ୟନ୍ତ ଟିଂଡା ଗୁଡିକୁ ଭଲ ଭାବରେ ଭାଜନ୍ତୁ I ଶେସରେ ପିଆଜ, ଅଦା, ରସୁଣ ଓ ଟମାଟର୍ ଆଦି ପକାଇ ଭାଜନ୍ତୁ I ପଖାଳ ବଢିଚୁରା କିମ୍ବା ରୁଟି ସହିତ ଖାନ୍ତୁ I

No comments:

Post a Comment